ପାଟଣାଗଡ଼,ଏନ୍ଏନ୍ଏସ୍: ଦୀର୍ଘ ୩୦ ବର୍ଷ ପରେ ପାଟଣାଗଡ଼ ସହରକୁ ପୁଣି ଲୁଟତରାଜ ଫେରିଛି । ଆଜି ଭୋର ସକାକ ୪ଟା ସମୟରେଗୋପ ପୁଟେଲ ନାମକ ଜଣେ ପରିବା ବେପାରୀ ନିଜ ଗାଁ ଯୋଗୀମୁଣ୍ଡାରୁ ପାଟଣାଗଡ଼କୁ ଆସୁଥିଲେ । ଏହି ସମୟରେ ବାଲିପଟା ଓ ବିଲେଇସାଥୀ ମଝିରେ ଥିବା ପୋଲ ନିକଟରେ ୨ଜଣ ଦୁର୍ବୁତ୍ତ ଆସି ଲୁହାଛଡ଼ ଓ ଠେଙ୍ଗାରେ ମୁଣ୍ଡରେ ଆକ୍ରମଣ କରିବାରୁ ଗୋପ ଘଟଣାସ୍ଥଳରେ ପଡ଼ି ଯାଇଥିଲେ । ପରେ ଦୁର୍ବୁତ୍ତମାନେ ଏକ ଦେଶୀ ପିସ୍ତଲ ଦେଖାଇ ତାଙ୍କଠାରୁ ଗ୍ଲେମର ଗାଡ଼ିକୁ ଲୁଟି ନେଇଥିଲେ । ପରେ ଗୋପ ତାଙ୍କ ଭାଇଙ୍କୁ ଖବର ଦେବାରୁ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିଥିଲେ । ଗୋପର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ପରେ ଏନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।