ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ୍ କାର୍ଯ୍ୟାଳୟର ସଭାଗୃହରେ ଏକ ବ୍ଲକ୍ ସ୍ତରୀୟ ସମନ୍ୱୟ ବୈଠକ ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଟଣାଗଡ଼ ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ସମନ୍ୱୟ ବୈଠକରେ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ।

ବିଶେଷ କରି ପାନୀୟଜଳ ଯୋଗାଣ ବିଭାଗ ଓ ବିଜୁଳି ସହ ଗାଁ ଗାଁରେ ଛୋଟ ବଡ଼ ଘଟଣା କିପରି ସମାଧାନ କରାଯାଇପାରିବ ସେ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପରେ ବ୍ଲକର ସମସ୍ତ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗାଣ ସହାୟକ ଓ ସହାୟିକା ମାନେ ବେଳେ ବେଳେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଉକ୍ତ ଅଧିକାରୀ ମାନଙ୍କୁ ତାଗିତ କରିଥିଲେ। କିପରି ଭାବରେ ସରକାରୀ ଯୋଜନା ଗରିବ ଲୋକମାନଙ୍କ ପାଖକୁ ପହଞ୍ଚି ପାରି ସମାଧାନ ହୋଇପାରିବ ସେ ସମ୍ପର୍କରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷ ବିଡ଼ିଓ ପ୍ରଭାତ ସାହୁ ଉପଖଣ୍ଡର ବିଦ୍ୟୁତ୍ ବିଭାଗର ଅଧିକାରୀ ଦେବଦତ୍ତ ମହାପାତ୍ର, ଜିପିଓ ନୀଳକଣ୍ଠ କାଲସାଏ, ଉପଖଣ୍ଡ ପଞ୍ଚୟତ ଅଧିକାରୀ ସରୋଜ ମେହେର, ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଓ ଏସିଏସ୍ଓ ମାୟାଧର ସାହୁ ପ୍ରମୁଖ ଯୋଗଦେଇଥିଲେ।