ହଜାରେ ସାଥୀଙ୍କ ସହଯୋଗ ମିଳିବା ମଧ୍ୟ ସମ୍ମାନର ବିଷୟ: ଶଶି ଥରୁର

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଥରୁର ପରାଜୟ ସ୍ୱୀକାର କରିବା ସହ ନିଜ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶଶି ଥରୁର କହିଛନ୍ତି ଯେ, ହଜାରେ ସାଥୀଙ୍କ ସହଯୋଗ ମିଳିବା ମଧ୍ୟ ସମ୍ମାନର ବିଷୟ । କଂଗ୍ରେସ ଅଧ୍ୟକ୍ଷ ହେବା ବଡ଼ ସମ୍ମାନ ଓ ଦାୟିତ୍ୱର କଥା । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ କରାଇବାରେ ନିଜ ଯୋଗଦାନ ଦେଇଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଧନ୍ୟବାଦ ।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ଅକ୍ଟୋବର ୧୭ରେ ମତଦାନ ହୋଇଥିଲା । ନିର୍ବାଚନ ଫଳାଫଳ ଅନୁସାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୭,୮୯୭ ଭୋଟ ଓ ଶଶି ଥରୁରଙ୍କୁ ୧,୦୭୨ ଭୋଟ ମିଳିଛି ।