ନୂଆଦିଲ୍ଲୀ: ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଖଡ଼ଗେଙ୍କୁ ଶୁୁଭେଚ୍ଛା ଜଣାଇବା ପାଇଁ ସୋନିଆ ଗାନ୍ଧୀ ତାଙ୍କ ଘରେ ପହଞ୍ଚିଛନ୍ତି । ସୋନିଆଙ୍କ ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି ।
ଅନ୍ୟପଟେ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ଭାରତର ଲୋକତାନ୍ତ୍ରିକ ଦୃଷ୍ଟିର ପ୍ରତିନିଧିତ୍ୱ କରିଥାନ୍ତି । ଖଡ଼ଗେ ଜୀଙ୍କ ବିଶାଳ ଅନୁଭବ ଓ ବୈଚାରିକ ପ୍ରତିବଦ୍ଧତା ପାର୍ଟିର ଭଲ ସେବା କରିବ ।