ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଟିଙ୍କବୀର ପଞ୍ଚାୟତ ଅନ୍ତର୍ଗତ ଟିଙ୍କବୀର- ଅର୍ଜୁନଝରୀ ରାସ୍ତା ପୋଲ କଲଭର୍ଟର ୫ଫୁଟ୍ ତଳୁ ଜଣେ ପାଣି ଟାଙ୍କି ତିଆରି ମିସ୍ତ୍ରୀର ମୃତଦେହ ଉଦ୍ଧାର କରାଯାଇଛି । ମୃତ ମିସ୍ତ୍ରୀ ଜଣଙ୍କ ହେଲେ ବିହାରର ନବାଦା ଜିଲ୍ଲା ଅନ୍ତର୍ଗତ କୌଆଖୋଳ ଗ୍ରାମର ସଞ୍ଜୟ ମିସ୍ତ୍ରୀ(୪୧) । ଖବର ପାଇ ରିଆମାଳ ପୁଲିସ ଥାନାଧିକାରୀ ଲଳିତା ପ୍ରଧାନ ଓ ସଦଳବଳେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ମଟିଙ୍କବୀର ଗ୍ରାମରେ ନିର୍ମାଣ ହେଉଥିବା ପାଣି ଟାଙ୍କିର ସଞ୍ଜୟ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସଞ୍ଜୟ ତାଙ୍କ ସହଯୋଗୀଙ୍କ ସହ ନିର୍ମାଣଧୀନ ପାଣି ଟାଙ୍କି ନିକଟରେ ଏକ ତମ୍ବୁରେ ରହୁଥିଲେ । ମଙ୍ଗଳବାର ରାତିରେ ସେ ନିଶାସକ୍ତ ଅବସ୍ଥାରେ ଟିଙ୍କବୀର ଲକ୍ଷ୍ମୀପୂଜା ଦେଖି ଯାଉଛି ବୋଲି କହି ଆସିଥିଲା । ମାତ୍ର ବୁଧବାର ସକାଳ ପର୍ଯ୍ୟନ୍ତ ନ ଫେରିବାରୁ ସହଯୋଗୀମାନେ ଖୋଜିଥିଲେ । ରାସ୍ତାରେ ଥିବା ପୋଲ କଲଭର୍ଟରୁ ଖସି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ରିଆମାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।