ଖଡ଼ଗେଙ୍କ ହାତରେ କଂଗ୍ରେସର ଲଗାମ

ନୂଆଦିଲ୍ଲୀ: ବରିଷ୍ଠ ନେତା ମଳ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସର୍ବମୋଟ ୯,୩୮୫ ଭୋଟରୁ ଖଡ଼ଗେଙ୍କୁ ୭,୮୯୭ ଭୋଟ ମିଳିଛି । ଅନ୍ୟପଟେ ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ ମିଳିଥିବା ନେଇ ସୂଚନା ମିଳିଛି । ୨୪ ବର୍ଷରେ ପ୍ରଥମଥର ପାଇଁ କଂଗ୍ରେସରେ ଜଣେ ଅଣଗାନ୍ଧି ଅଧ୍ୟକ୍ଷ ହୋଇଛନ୍ତି । ଖଡ଼ଗେଙ୍କ ପୂର୍ବରୁ ସୀତାରାମ କେସରୀ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ଯିଏକି ଗାନ୍ଧି ପରିବାରର ସଦସ୍ୟ ନଥିଲେ ।