ସ୍ତ୍ରୀ ବିରହରେ ସ୍ୱାମୀ ସତ୍ୟବାନଙ୍କ ଆତ୍ମହତ୍ୟା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ଜଣେ ଯୁବକ ସ୍ତ୍ରୀ ଛାଡ଼ି ପଳାଇବା ବିରହରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କଲା ଗ୍ରାମ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ପୁଅ ସତ୍ୟବାନ ଦେହୁରୀ (୨୭) ଗତ ପ୍ରାୟ ୪ ବର୍ଷ ପୂର୍ବେ ଝାଡ଼ଖଣ୍ଡର ଆନନ୍ଦପୁର ଗ୍ରାମର ଆରତୀ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତେବେ ଗତ ପ୍ରାୟ ୧୦ଦିନ ପୂର୍ବେ କୌଣସି କାରଣରୁ ସ୍ତ୍ରୀ ଆରତୀ ଘର ଛାଡ଼ି ନିଜ ବାପ ଘରକୁ ଚାଲିଯିବାରୁ ସତ୍ୟବାନ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ଆଉ ଆଜି ପୂର୍ବାହ୍ନରେ ସତ୍ୟବାନ ଏକ ଛୁରୀ ସାହାଯ୍ୟରେ ପେଟକୁ ନିଜେ ଭୁସି ଦେଇଥିଲେ । ପରେ ପରିବାର ଲୋକେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସତ୍ୟବାନଙ୍କ ମତ୍ୟୁ ଘଟିଥିଲା ।