ନାନ୍ଦୁପଲା ଗ୍ରାମରେ ହାତୀ ଆତଙ୍କ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ହରିଶଙ୍କର ରେଞ୍ଜ ଅଞ୍ଚଳରେ କିଛିଦିନ ହେବ ୨ଟି ଜଙ୍ଗଲୀ ହାତୀ ଆସି ଆତଙ୍କ ସୃଷ୍ଟି କରୁଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଗତକାଲି ବଳମ୍ବିତ ରାତିରେ ଗଦ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନାନ୍ଦୁପଲା ଗ୍ରାମକୁ ହାତୀ ଆସି ଗ୍ରାମର ରତି ରାବଣଙ୍କ ଘରକୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରବା ସହ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିଦେଇଛି । ଖବର ପାଇ ବନ କର୍ମଚାରୀ ଆସି ହାତୀକୁ ଘୋଡ଼ାଇବାରୁ ହାତୀଦ୍ୱୟ ଜଙ୍ଗଲକୁ ଚାଲି ଯାଇଥିଲେ । ହାତୀଙ୍କ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ କ୍ଷତିପୂରଣ ଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି। ଏନେଇ ହରିଶଙ୍କର ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଚୁପ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହିତ ବନ ବିଭାଗ ତରଫରୁ ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ କରିବାକୁ ଦାବୀ କରାଯାଇଛି ।