ବିଜେଡି ସମର୍ଥିତ ଜୋନ ନିର୍ଦ୍ଦେଶକ ପ୍ରାର୍ଥୀ ଭୀମ ହରିଜନ ନିର୍ଦନ୍ଦ୍ୱରେ ନିର୍ବାଚିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ: କୋରାପୁଟ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ନିର୍ବାଚନରେ ୧୫ନମ୍ବର ଜୋନ ନିର୍ଦ୍ଦେଶକ ରୂପେ ବିଜେଡି ସମର୍ଥିତ ପ୍ରାର୍ଥୀ ଭୀମ ହରିଜନ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ଶ୍ରୀ ହରିଜନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ ଓ ଜିଲ୍ଲା ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।