ଜାମନଗରରେ ଲୋକଙ୍କ ଗହଣରେ ମୋଦୀ, ମା’ଙ୍କ ଫଟୋରେ ଦେଲେ ଅଟୋଗ୍ରାଫ

ଗୁଜରାଟ: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଗୁଜରାଟ ଗସ୍ତ କରିଛନ୍ତି। ମୋଦୀଙ୍କ ଗସ୍ତର ଆଜି ୨ୟ ଦିନ ହୋଇଥିବାବେଳେ ପ୍ରଥମେ ସେ ଭରୁଚ ଜିଲ୍ଲା ପହଞ୍ଚିଥିଲେ । ଏହି ଅବସରରେ ୯ହଜାର ୪୬୦ କୋଟି ଟଙ୍କାର ପରିଯୋଜନାର ଶିଳାନ୍ୟାସ କରିଥିଲେ ।

ଭରୁଚ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜାମନଗର ପହଞ୍ଚିଥିଲେ । ଏଠାରେ ସାଧାରଣ ଜନତା ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଲୋକଙ୍କ ଅଭିଭାବଦନ ଗ୍ରହଣ କରିବା ପାଇଁ ମୋଦୀ କାରରୁ ବାହାରକୁ ଆସିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ମୋଦୀ ଓ ତାଙ୍କ ମା’ ହୀରାବେନଙ୍କ ଫଟୋ ସାଥୀରେ ଧରି ଆସିଥିଲେ । ଆଉ ଏଥିରେ ମୋଦୀ ତାଙ୍କ ଅଟୋଗ୍ରାଫ ଦେଉଥିବା ଦେଖିବାକୁ ମିଳିଛି । ଜାମନଗରରେ ମୋଦୀ ପାଖାପାଖି ୧୪୬୦ କୋଟି ଟଙ୍କାର ପରିଯୋଜନାର ଶିଳାନ୍ୟାସ କରଛନ୍ତି ।