ରାଜ୍ୟସଭା ସାଂସଦଙ୍କ ବାସଭବନରେ ସ୍ବର୍ଗତ ବିଜୟଙ୍କ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସ୍ଥିତ ରାଜ୍ୟସଭା ସାଂସଦ ଙ୍କ ବାସଭବନରେ ଦିବଂଗତ ବିଶିଷ୍ଟ ଆଦିବାସୀ ନେତା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀମାନ ଗିରିରାଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗଦେଇ ଦୀପପ୍ରଜ୍ୱଳନ କରି ସ୍ବର୍ଗତ ସିଂ ବରିହାଙ୍କ ଫୋଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ବର୍ଗତ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାଂସଦ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ବର୍ଗତ ସିଂ ବରିହା ଜଣେ ଅଦ୍ଵିତୀୟ ଆଦିବାସୀ ନେତା, ଯୁଗଜନ୍ମା ପୁରୁଷ, ନିର୍ଭୀକ ବ୍ୟକ୍ତିତ୍ୱ, ସଚ୍ଚୋଟ, ସୁବକ୍ତା,ବିଶିଷ୍ଟ ରାଜନୈତିଜ୍ଞ, ସରଳ ନିଷ୍କପଟ, ଉଦରମନା
ମହା ପୁରୁଷ, ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ପଦ୍ମପୁର ବିଧାୟକ, ବିଜୁ ଜନତା ଦଳର ଜିଲ୍ଲା ସଭାପତି, ମୋର ରାଜନୈତିକ ଗୁରୁ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ସମସ୍ତଙ୍କର ପ୍ରିୟ ଥିଲେ । ଓଡିଶା ଇତିହାସ ରେ ଏକ ଅପୂରଣୀୟ କ୍ଷତି ହେଲା । ଏହି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ପ୍ରତି ମୋ ଗଭୀର ସମବେଦନା ଜ୍ଞାପନ କରୁଛି । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସାଂସଦ କହିଥିଲେ।

ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଏନ୍ଏସି ସଭାପତି ଚନ୍ଦ୍ର ଶବର, ଗଦି ବରିହା, ମନବୋଧ ବରିହା, ଧୁବଲେଶ୍ୱର ଭୋଇ, ନିତ୍ୟା ଶବର, ଜଳ ଧରୁଆ, ଚନ୍ଦ୍ରମଣି ବାଗ, ଘନ ଭୁଏ, ଚୁଡାମଣି ଧରୁଆ, ହୃଷିକେଶ ଭୋଇ, ବ୍ରହ୍ମା ପାତ୍ର, ଲେକ୍ରୁ ଧରୁଆ, ଶିବ ଚରଣ ବରିହା ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।