ଦିଲ୍ଲୀ ମହିଳା ଆୟୋଗଙ୍କ ଟାର୍ଗେଟରେ ସାଜିଦ ଖାନ୍‌

ନୂଆଦିଲ୍ଲୀ: ଟିଭି ରିୟାଲିଟି ଶୋ’ ‘ବିଗବସ’ ସିଜନ ୧୬ରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନ୍ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ସାଜିଦଙ୍କ ବିରୋଧରେ ଯୌନ ଶୋଷଣ ଆରୋପ ଲାଗିଥିବାରୁ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କୁ ବିରୋଧ କରୁଛନ୍ତି । ଇତିମଧ୍ୟରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ସାଜିଦଙ୍କ ବିରୋଧରେ କ୍ରୋଧ ଜାହିର କରିଛନ୍ତି । ବିଗବସ ଘରୁ ସାଜିଦଙ୍କୁ ବାହାର କରିବା ପାଇଁ ସ୍ୱାତୀ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।

ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ, ସାଜିଦ ଖାନଙ୍କ ବିରୋଧରେ ୧୦ଜଣ ମହିଳା ‘ମି ଠୁ’ ମୁଭମେଣ୍ଟ ସମୟରେ ଯୌନ ଶୋଷଣର ଆରୋପ ଲଗାଇଥିଲେ । ଏସବୁ ଅଭିଯୋଗ ସାଜିଦଙ୍କ ଖରାପ ମାନସିକତାକୁ ଦର୍ଶାଉଛି । ଏଭଳିି ଜଣେ ମଣିଷକୁ ବିଗବସ ଘରେ ଜାଗା ଦେବା ନିଶ୍ଚିତ ରୂପେ ଏକ ଭୁଲ୍ ନିଷ୍ପତ୍ତି ।