ଖପ୍ରାଖୋଲ,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ତେଲେନପାଳି ବେହେରା ଦୋକାନ ନିକଟରେ ଶୌଣ୍ଡିକ ସମାଜ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଆଞ୍ଚଳିକ ସର୍କଲ ସଭାପତି ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୌଣ୍ଡିକ ସମାଜର ସାମାଜିକ ସ୍ତରରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଖପ୍ରାଖୋଲ ଶୌଣ୍ଡିକ ସମାଜର ଏକ ସୁବର୍ଣ୍ଣ ଗ୍ରାହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ରଖା ଯାଇଥିଲା । ମଣ୍ଡପ ନିର୍ମାଣ ସ୍ଥାନଟି ଶୌଣ୍ଡିକ ସମାଜର ବରିଷ୍ଠ ସଦସ୍ୟ ନବୀନ ବେହେରାଙ୍କ ଦାନ ସୂତ୍ରରେ ହେବାକୁ ଥିବା ଜମିରେ ନିର୍ମାଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଉକ୍ତ କାର୍ଯ୍ୟ ପାଇଁ ସାମାଜିକ ସ୍ତରରେ ପାଣ୍ଠି ସଂଗ୍ରହ ସହ ଲୋକେ ଦାନ ସୂତ୍ରରେ ଅର୍ଥ ଦେବା ଲାଗି ନିବେଦନ କରାଯାଇଥିଲା । ଏହାସହ ସମାଜରେ ରହିଥିବା ଦୁର୍ବଳ ଶ୍ରେଣୀ ଲୋକଙ୍କୁ ସାମାଜିକ ସ୍ତରରେ ସହଯୋଗ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ପରମେଶ୍ୱର ବେହେରା, ସମ୍ପାଦକ ରାଜକୁମାର ବେହେରା, ନକୁଳ ବେହେରା, ବଂଶୀଧର ବେହେରା, ବେଦବ୍ୟାସ ବେହେରା, ସୁବନ ବେହେରା, ଦିବାକର ବେହେରା, ହରେକୃଷ୍ଣ ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ତାପସ ରଞ୍ଜନ ବେହେରାଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।