କଟକ,ଏନ୍ଏନ୍ଏସ୍: ଆଜି ଭାରତୀୟ ଜନତା ପାର୍ଟି, କଟକ ନଗର ଶାଖା ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସମାଜ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ବାଗରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଥିଲା। ବିଶିଷ୍ଟ ସାମ୍ବାଦିକ ସତ୍ୟ ରାୟ ଗୋପବନ୍ଧୁଙ୍କ ଜୀବନ ଆଦର୍ଶ ଉପରେ ପ୍ରେରଣାଦାୟୀ ପ୍ରସଙ୍ଗ ରଖିଥିଲେ।
କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନଳିନୀ ରାୟ, ଶ୍ରୀତମ ଦାସ, ରତନ ମହାନ୍ତି, ପ୍ରବୀଣା ମହାପାତ୍ର, ତାରାପ୍ରସାଦ ମହାନ୍ତି, ନାରାୟଣ ପ୍ରଶାଦ ମହାନ୍ତି, କାମାକ୍ଷା ମିଶ୍ର, ସନ୍ତୋଷ ହଲୋସୀଆ, ନୃସିଂହ ପାତ୍ର, ଶ୍ରୀନିବାସ ରେଡି, ବିଶ୍ୱଜିତ ମହାପାତ୍ର, ଶିବ ନାରାୟଣ ନାୟକ, ରବି ନାରାୟଣ ସାହୁ, ସୁମନ ରାଉତ, ସୁବାଷ ମହାନ୍ତି, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ଅସଫ୍ ଅଲ୍ଲୀ, ଉଷା ପାତ୍ର, ହୃଦାନନ୍ଦ ମହାନ୍ତି, ରବିନାରାୟଣ ସ୍ୱାଇଁ, ଦୀପକ ପଣ୍ଡା, ନିତାଇ ନନ୍ଦ, ପବନ ଭାଓସିଙ୍କା, ବିନୟ ଦାଶ, ଶରତ ଭୋଳ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।