ବିଭିନ୍ନ ବୋର୍ଡର ନୂଆ ପରାମର୍ଶଦାତା ଓ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କଲେ ରାଜ୍ୟ ସରକାର। ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ପ୍ରଭାତ ମିଶ୍ର ହେଲେ ଏପିକଲ୍‌ର ଅଧ୍ୟକ୍ଷ, ଡି. ବିଶ୍ୱନାଥଙ୍କୁ ଓଆରଏଚ୍‌ଡିସି ଅଧ୍ୟକ୍ଷ ଏବଂ ଲେନିନ ମହାନ୍ତିଙ୍କୁ ଓଟିଡିସି ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।

ଶ୍ରୀମୟୀ ମିଶ୍ରଙ୍କୁ ୱିଓସିଡବ୍ଲ୍ୟୁର ଅଧ୍ୟକ୍ଷା ଭାବେ ନିଯୁକ୍ତ ମିଳିଥିବାବେଳେ ସଂଗ୍ରାମ ପାଇକରାୟଙ୍କୁ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି । ସେହିପରି ଚଳଚିତ୍ର ଅଭିନେତା କୁନା ତ୍ରିପାଠୀଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବାବେଳେ ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଚିନ୍ମୟ ସାହୁଙ୍କୁ ଓଏସଆଇସି ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି ।

ଅନ୍ୟପକ୍ଷରେ ମିନତି ବେହେରାଙ୍କୁ ମହିଳା କମିଶନ ଅଧ୍ୟକ୍ଷା, ପ୍ରଦୀପ ମାଝିଙ୍କୁ ଏସଡିସି ପରାମର୍ଶଦାତା ଭାବେ ନୂଆ ଦାୟିତ୍ୱ ମିଳିଥିବାବେଳେ କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ନୂଆ ସମ୍ପାଦକ ପଦବୀ ମିଳିଛି ।