ସଇଁନ୍ତଲା ବ୍ଲକ୍‌ ଛକରେ ମା’ ଗଜଲଷ୍ମୀ ପୂଜାର ଶୁଭାରମ୍ଭ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଛକ ଠାରେ ମା’ ଗଜଲଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ୨୭ତମ ମା’ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଥିଲା। କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ପୂଜା କର୍ତ୍ତା ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ବ୍ଲକ୍‌ ଉପାଧ୍ୟକ୍ଷ ମୋନିକା ସିଂ ଭୋଇ, ତପନ ଦାସ ଓ ଜୋତ୍ସାମୟୀ ତ୍ରିପାଠୀ ଥିବା ବେଳେ ପୂଜକ ଭାବରେ କିରଣ ମିଶ୍ର, ମାନସ ମିଶ୍ର ଓ ସୁରେନ୍ଦ୍ର ମିଶ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି।

ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପରମେଶ୍ବର କର୍ମୀଙ୍କ ଠାରୁ ସୂଚନା ମିଳିଛି। କମିଟିର ସମ୍ପାଦକ ଅବନୀ ସାହୁ, କୋଷାଧ୍ୟକ୍ଷ ପ୍ରତାପ ଡାଙ୍ଗ, ସରୋଜ କର୍ମୀ, ଅକ୍ଷୟ ସାହୁ, ଆଦିତ୍ୟ ରଣା, ଗୁଡୁ ଗୁପ୍ତା, ଶ୍ରବଣ, ପୂର୍ଣ୍ଣ, ଲାତୁରାମ, ମୁକେଶ, ସୁନୀଲ, କମଳ, ବିନୋଦ, ଦୀପକ, ମାନ, ଭରତ, ସାହିଲ, ବିପୁଳ, ରାଜ କିଶୋର, ଜ୍ୟାତି ରଞ୍ଜନ, ବାବୁଲୁ, ଲମ୍ବୋଦର, ବାବୁଲାଲ ପ୍ରମୁଖ ସହଯୋଗ କରିଥିଲେ।