କଟକ,ଏନ୍ଏନ୍ଏସ୍: ଭସାଣି ସମୟରେ କଟକରେ ଗଣ୍ଡଗୋଳ । ଦଶହରା ପରେ କଟକରେ ମାଙ୍କୁ ମେଲାଣି ସମୟରେ ୨ ସାହି ମଧ୍ୟରେ ଗଣ୍ଡଗୋଳ । ବାଦାମବାଡ଼ି ଥାନା ଝାଞ୍ଜିରୀ ମଙ୍ଗଳାରେ ଭସାଣୀ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ ।
ଉଭୟ ପକ୍ଷର ୨୦ ଜଣଙ୍କ ବିରୋଧରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏଥି ସହ ସିସିଟିଭି ଯାଞ୍ଚ ଚାଲିଛି, ଫୁଟେଜରୁ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ତେବେ ଏହି ଘଟଣାକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ କୌଣସି ପ୍ରକାର ଗଣ୍ଡଗୋଳ ଦେଖିବାକୁ ମିଳିନାହିଁ ଏବଂ କଟକ ଦଶହରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ଡିସିପି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରବଳ ବର୍ଷାରେ ପୁଲିସ କର୍ମଚାରୀ ଦିନ ରାତି ଏକ କରି ନିଜ କର୍ତ୍ତବ୍ୟ ତୁଲାଇଛନ୍ତି ବୋଲି କହିଛନ୍ତି ଡିସିପି ।