ମାଁ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଶେଷ

ପାଟଣାଗଡ଼,ଏନ୍ଏନ୍ଏସ୍: ଭାରତ ବର୍ଷର ଅନ୍ୟ ପ୍ରସିଦ୍ଧ ତନ୍ତ୍ର ପୀଠ ମଧ୍ୟରୁ ପାଟଣାଗଡର ମାଁ ପାଟଣେଶ୍ୱରୀଙ୍କ ଶକ୍ତି ପୀଠର ମହିମା ଅପାର । ପଶ୍ଚିମ ଓଡିଶାର ମାଁ ପାଟଣେଶ୍ୱରୀ ପ୍ରତ୍ୟକ୍ଷ ଦେବୀ ଭାବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିକଟରେ ପିପୋତିତ କରିଥିବାରୁ ଲକ୍ଷାଧିକ ଭକ୍ତ ପାଟଣାଗଡରେ ମାଁ ଙ୍କ ବଏଲଯାତ୍ରାରେ ମାଙ୍କ ସାନିଧ୍ୟ ଲାଭ କରିବା ପାଇ ତଥା ମା ଙ୍କ ଦର୍ଶନ କରିବା ସହିତ ଉପାସନା ପାଇ ମାଙ୍କ ଶକ୍ତି ପୀଠରେ ଉପସ୍ଥିତ ଥାନ୍ତି । ତେବେ ଦେଖିବାକୁ ଗଲେ ମାଁ ପାଟଣେଶ୍ୱରୀ ଆଦିମ ଅନାଦି କାଳରେ ଥିଲେ ବନଦୁର୍ଗା, ଘଞ୍ଚ ବନାନୀ ମଧ୍ୟରେ ମାଙ୍କ ବାସସ୍ଥାନ ।

କିମ୍ବଦନ୍ତୀ ଅନୁଯାୟୀ ମାଁ ହଠାତ ସେସମୟରେ କୋଶଳରାଜ୍ୟର ପ୍ରଜାବତ୍ସଳ ରାଜା ମାଧବଚନ୍ଦ୍ର ଦେବଙ୍କ ସମ୍ମୁଖରେ ଆକଷ୍ମିକ ଆବିର୍ଭାବ ସ୍ୱପ୍ନରେ ରାଜାଙ୍କୁ ଦର୍ଶନ ଦେଇ ପ୍ରଜାଙ୍କ ହିତ ପାଇ ଏକ ଗଣ୍ଡାର ଜୌରାତ୍ମ୍ୟରେ ପ୍ରଜାଗଣ ଭୟ ଓ ଆତଙ୍କରେ ତ୍ରାହୀତ୍ରାହୀ ହେଉଥାନ୍ତି । ସେମାନଙ୍କ ରକ୍ଷା ପାଇ ମାଙ୍କ ଆବିର୍ଭାବ ଓ ରାଜାଙ୍କ ନିଦ୍ରାଭଙ୍ଗ ପରେ ରାଜା ପ୍ରଜାଙ୍କ ହିତ ପାଇ ମାଁ ଙ୍କ ଠାରେ ଶରଣାପନ୍ନ, ପାଟଣାଗଡ ଗଡଭିତରକୁ ନେବାକୁ ମାଁଙ୍କ ଠାରେ ଆକୁଳ ନିବେଦନ, ସେଥିରେ ମୁଗ୍ଧ ହୋଇ ମାଁଙ୍କ କହିବାନୁଯାୟୀ ମା ହେଉଛନ୍ତି ବନଦୁର୍ଗା ଘଞ୍ଚବନାନୀ ତଥା ପାଟଣାଗଡ ଠାରୁ ୩ କିମି ଦୂର ବୁଠି ବୁଢେଇ ଜଙ୍ଗଳ ମଧ୍ୟରେ ଏକ ନିରୋଲାସ୍ଥାନଟି ତାଙ୍କର ବାସ ସ୍ଥାନ, ସେଠାରେ ଥିବା ଧାଡି ଧାଡି ୩ଟି ସାହାଡା ଗଛ ଯାର ମୁହଁ ରହିଥିବା ପୁର୍ବ ଦିଗକୁ ସେଠାରେ ରୁ ମୋତେ ପୁଜା ଦେବୁ । ଯଦି ତୁ ମୋତେ ପାଟଣାଗଡ ସହରକୁ ନେବାକୁ ଚାହିୁଁ ତେବେ କୁଆରୀ ବସିଥିବା ବରୁଆ(କାଳସୀ) ଦେହରେ ପ୍ରବେଶ କରି ଆଶ୍ୱିନ ଶୁକ୍ଲପକ୍ଷ ନବମୀ ଦିନରେ ନଗରବାସୀଙ୍କୁ ସାଧାରଣରେ ଦର୍ଶନ ଦେବୀ, ସେହିଦିନ ଠାରୁ ମାଁ ପାଟଣେଶ୍ୱରୀଙ୍କ ବଏଲଯାତ୍ରା ।

ପାଟଣାଗଡର ତତ୍କାଳୀନ ପାଟଣା ରାଜ୍ୟରେ ରାଜା ଅନନ୍ତ ବର୍ମାଙ୍କ ରାଜତ୍ୱ ସମୟରି ଏହି ପରମ୍ପରା ଚାଲୁରହିଅଛି । ଗଙ୍ଗବଶୀୟ ରାଜ ପରିବାରର ପୁଜାରୀମାନଙ୍କ ଦ୍ୱାରା ଖ୍ରୀଷ୍ଟୀୟ ୧୧୧୧ ସମୟରୁ ହୋଇଆସୁଛି ।

ପରମ୍ପରା ଅନୁଯାୟୀ ମା’ଙ୍କ ଷୋଡଷ ପୁଜା ଉପାସନା କରାଯାଏ । ପାଟଣା ମହାରାଣୀ ଓ ଦେବୀଙ୍କ ମଧ୍ୟରେ ଆଧ୍ୟାମିକ ସର୍ମ୍ପକ ହେତୁ ରାଣୀହଂସପୁରର ପାଟ ଓ ସିନ୍ଦୁର ମୂଳାଷ୍ଟମୀ ଦିନ ଗୁଆ, ଚାଉଳ କୁଆରୀ ବସିଥିବା ଯୁବକର ପିତା ମହାରାଣୀଙ୍କ ଠାରୁ ଗ୍ରହଣ କରିଥାନ୍ତି । ଏହି ବଏଲଯାତ୍ରା ଦେଖିବାକୁ ସହରରେ ଚଳଚଞ୍ଚଳ ହୋଇଉଠିଛି । ଶାନ୍ତି ଶୃଙ୍ଖଳା ପାଇଁ ଅତିରିକ୍ତ ଏସପି ସୁରେଶ ନାଏକଙ୍କ ନେତୃତ୍ୱରେ ୩ ଜଣ ଡିଏସପି, ୫ ଜଣ ଆଇଆଇସି, ୧୦ ଜଣ ସବ ଇନ୍ସିପେକ୍ଟର ସହ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।