ପାଟଣା ମହାରାଜଙ୍କ ଲାଖବିନ୍ଧା

ପାଟଣାଗଡ,ଏନ୍ଏନ୍ଏସ୍: ବିଜୟାଦଶମୀ ଅବସରରେ ଲାଖବିନ୍ଧା ଚାଲିଥିଲା ବେଳେ ପାଟଣାଗଡ ରାଜପରିବାରର ରାଜଖମାର ପରିସରରେ ଥିଲା ଏକ ସ୍ୱତନ୍ତ୍ରତା ପ୍ରଜାମାନେ ପାଟଣା ରାଜ୍ୟର ଜଣେ ଉତ୍ତମ ରାଜାର ଅନ୍ୱେଷଣରେ ଥିଲେ । ବିଜୟା ଦଶମୀ ଦିନ ରାଜପରିବାରରେ ଲାଖ ବିନ୍ଧା କାର୍ଯ୍ୟକ୍ରମ ହୋଇଆସୁଛି ।

ପ୍ରଥମେ ବଲାଙ୍ଗିର ରାଜଉଆସରେ ହେଉଥିଲା। ଏବେ ପାଟଣା ମହାରାଜା ପାଟଣାଗଡ ରାଜଖମାରରେ ରହୁଥିବାରୁ ଲାଖ ବିନ୍ଧା କାର୍ଯ୍ୟକ୍ରମ ସେଠାରେ ହୋଇଆସୁଛି । ସେହିପରି ଐତିହ୍ୟ ପରମ୍ପରାକୁ ନେଇ ପ୍ରଜା ମାନଙ୍କ ଗଡର ସୁରକ୍ଷା ଦେବା ପାଇଁ ଅସ୍ତ୍ର ଶସ୍ତ୍ର ତାଙ୍କ ଇଷ୍ଟ ଦେବୀଙ୍କ ଠାରେ ପୁଜା ଅର୍ଚ୍ଚନା କରାଯାଇ ଲାଖବିନ୍ଧା ହୋଇଥାଏ । ଏହାକୁ ପାଥେୟ କରି ବିଜୟାଦଶମୀରେ ବନ୍ଧୁକରେ ୩ ଟି ନଡିଆକୁ ଲାଖ ବିନ୍ଧିଥିଲେ । ଏହି ଲାଖବିନ୍ଧା ଦେଖିବାକୁ ଅପେକ୍ଷାରତ ବୁଦ୍ଧିଜୀବୀ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଏହାଥିଲା ପାଟଣାଗଡର ଐତିହ ପରମ୍ପରାର ରାଜା ଓ ପ୍ରଜାର ମିଳନ ସଙ୍ଗେ ପ୍ରଜାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଜା ବତ୍ସଳ ମହାରାଜା ବିଜୟାଦଶମୀ ଦିନ ଲାଖ ବିନ୍ଧା କାର୍ଯ୍ୟକ୍ରମ କରିଥାନ୍ତି ।