ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଠାରେ ଜାମା ମସଜିଦ ଉଦଘାଟନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦନ ନାୟକ, ପୌରାଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ, ବିଜେଡି ବରିଷ୍ଠ ନେତା ନାରାୟଣ ପାତ୍ର, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ତ୍ରୀପାଠୀ, ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ପୂର୍ବତନ ନଗରପାଳ ଅର୍ଜୁନ ତ୍ରୀପାଠୀ, ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ସ୍ଥାନୀୟ ତହସିଲଦାର ରବୀନ୍ଦ୍ର ରାଉତ, ଆଇନଜୀବୀ ସିରାଜ ଅହମ୍ମଦ, ତାଜ୍ ଇମରାନ ସରିଫ୍, ତାରିକ ହାସନ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମସଜିଦର ସଭାପତି ଜନାବ ମହମ୍ମଦ ଶାହିନଙ୍କ ସଭାପତିତ୍ବରେ ଉପସଭାପତି ଜନାବ ଶେଖ ଶାହାଜାହାନ, ସମ୍ପାଦକ ଜନାବ ସିରାଜୁଦ୍ଦିନ ଅହମ୍ମଦ, କୋଷାଧ୍ୟକ୍ଷ ଜନାବ ମହମ୍ମଦ ବାସା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।