ବିଜେଡି କାର୍ଯ୍ୟାଳୟରେ ଏନଏସିସ୍ତରୀୟ ନୂଆଖାଇ ଭେଟଘାଟ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଜେଡି ପକ୍ଷରୁ ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଏସିସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପାଟଣାଗଡ଼ ଏନଏସି ଅଧ୍ୟକ୍ଷ ମାନସୀ ବିଶ୍ୱାଳ ଓ ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେରଙ୍କ ସମେତ ସମସ୍ତ କାଉନସିଲର ଓ ୧୫ଟି ୱାର୍ଡର ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଆଗାମୀ ଦିନରେ ବିଜେଡିକୁ ଆହୁରି ମଜଭୁତ କରିବା ପାଇଁ କର୍ମୀଙ୍କୁ ବିଧାୟକ ମେହେର ଆହ୍ୱାନ ଦେଇଥିଲେ । ଶେଷରେ ବିଜେଡିର ମିଡିଆ ସେଲର ପ୍ରଭାରୀ ପ୍ରଦୀପ କୁମାର ମେହେର ଧନ୍ୟବାଦ ଦେଇଥିଲେ ।