ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବିଡ଼ିଓ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି। ଲାଞ୍ଚ ନେଉଥିବା ବେଳେ ବିଡ଼ିଓଙ୍କୁ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ ଟିମ୍। ସୋମବାର ଅପରାହ୍ନରେ ବ୍ଲକ୍ ଭିତରେ ଲାଞ୍ଚ ନେଉଥିବା ବେଳେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ।
ଗଭାରଷାରେ ନିର୍ମାଣ ହୋଇଥିବା ଏକ ଗାର୍ଡଉଆଳ ଓ କଂକ୍ରିଟ ରାସ୍ତାର ବିଲ୍ କରିବା ପାଇଁ ଟଙ୍କା ଦାବି କରିଥିଲେ ବିଡ଼ିଓ ବିନୋଦ ନାଏକ। ଫଳରେ ରାଜକେଲ ଗାଁ’ର ଗୋପାଳ ଧରୁଆ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ବିଡ଼ିଓଙ୍କୁ ରାସାୟନିକ ପ୍ରଲେପ ଟଙ୍କା ଲାଞ୍ଚ ଭାବରେ ଦେଇଥିଲେ ଏବଂ ଟଙ୍କା ନେଉଥିବା ବେଲେ ଭିଜିଲାନ୍ସ ଚଢ଼ଉ କରିଥିଲା। ଟଙ୍କା ସହ ବିଡ଼ିଓଙ୍କୁ ଧରିଲା ପରେ ବିଡ଼ିଓଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।