ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଳି ପଞ୍ଚାୟତର ତେଣ୍ଡିପାଳି ଓ ଡୁଙ୍ଗୁରିପାଳି ଠାରେ ଆଦିତ୍ୟ ବିଲା ନାମକ ଏକ ଘରୋଇ କମ୍ପାନୀ ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ମାନେ ଆରମ୍ଭରୁ ବିରୋଧ କରିଆସୁଥିଲେ, କିନ୍ତୁ ଡୁଙ୍ଗୁରିପାଳି ସରପଞ୍ଚ ଗଜପତି ସାହୁକୁ ପୁଲିସ ଟେକି ନେଇ ସଇଁତଲା ଥାନାରେ ଅଟକ ରଖିବା ସହ ୧୨ ଜଣକ ନାଁରେ ୧୦୮ ଦଫା ସଇଁତଲା ତହସିଲ ପକ୍ଷରୁ ଜାରି କରାଯାଇଥିବା ପରେ ଭୟରେ ଆନ୍ଦୋଳନ ବନ୍ଦ କରିଥିବାର ଦେଖିବାର ମିଳିଥିଲା।
ଆଜି ଜିଲ୍ଲା ଯୁବ କନ୍ଧ ସମାଜ ଯୁବ ସଙ୍ଗଠନ ପକ୍ଷରୁ ଡୁଙ୍ଗୁରିପାଳି ଓ ତେଣ୍ଡିପାଳିରେ ନିର୍ମାଣ ହେଉଥିବା ପ୍ଲାଣ୍ଟକୁ ଜିଲ୍ଲା କନ୍ଧ ସମାଜ ଯୁବ ସଭାପତି ସୁରେଶ ଭୋଇଙ୍କ ନେତୃତ୍ଵରେ ତାଙ୍କର ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚ ଗୀତରେ ପଶ୍ଚିମ ଓଡିଶା ଆଦିବାସୀ ସଂଘ ସଭାପତି ଖୁସି ରାମ ଯାନୀ, କନ୍ଧ ସମାଜ ଯୁବ ସଙ୍ଗଠନ ଉପସଭାପତି ଧନେଶ୍ୱର ମାଝୀ, ଦଳ ଗୋବିନ୍ଦ ଭୋଇ, ସଇଁନ୍ତଲା ବ୍ଲକ୍ ସଭାପତି ରାଜେନ୍ଦ୍ର ଭୋଇ, ସଦା ମାଝୀ, କୀର୍ତ୍ତି ଚନ୍ଦ୍ର ମାଝୀ, ସେବତୀ ମାଝୀ, ଚିତ୍ର ସେନ ଭୋଇ, ମନୋହର ଭୋଇ, ଧନେ ସ୍ୱତ ପଧାନୀ, ଦୈତାରୀ ଭୋଇ ସମେତ
ଶତାଧିକ ଆଦିବାସୀ ମାନେ ସୋଲାର ପ୍ଲାଣ୍ଟ ନିର୍ମାଣ ହେଉଥିବା ପାଖକୁ ବିରୋଧ କରିବା ପାଇଁ ଆସୁଥିବା ବେଳେ ପୁଲିସ ଅଧା ବାଟରେ ଆନ୍ଦୋଳନକାରୀକୁ ଅଟକ ରଖିଥିଲା। ଫଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ଗ୍ରାମବାସୀ। ତେବେ କାହା ନିର୍ଦ୍ଦେଶରେ ଗୋଚର ଜଙ୍ଗଲ ଜମିରେ ବିନା ଗ୍ରାମସଭା ଓ ପଲ୍ଲୀ ସଭାରେ ନିର୍ମାଣ ହେଉଛି ତାହାର ଜବାବ ଦିଅନ୍ତୁ ପ୍ରଶାସନ ବୋଲିଙ୍କୁ ଉତ୍ତର ମାଗିଥିଲେ। କିନ୍ତୁ ଏହି ସମୟରେ ସ୍ଥାନୀୟ ଆଦିବାସୀ ମାନେ ଅନ୍ୟ ଅଞ୍ଚଳ ଆଦିବାସୀ ମାନେ କାହାର ପରାମର୍ସରେ ଆନ୍ଦୋଳନ କରୁଛ ବୋଲି ଯୁକ୍ତିତର୍କ ହୋଇଥିବାର ଦେଖିବାକୁ ମିଳିଥିଲା। ଯାହା ଦ୍ଵାରା ଆଦିବାସୀ ମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଥିବା ଆଲୋଚନା ମଧ୍ୟ ହେଉଛି।
ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଏସଡିପିଓ ତୋଫାନ ବାଗ,ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ମେହେର, ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା, ଦେଓଗାଁ ଥାନା ଅଧିକାରୀ ତାରା ପଧାନ, ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପଧାନ, ମାଜିଷ୍ଟ୍ରେଟ ଭାବେ ଟିଟିଲାଗଡ଼ ତହସିଲଦାର କର୍ଣ୍ଣ ମଲ୍ଲିକ, ସଇଁନ୍ତଲା ଅତିରିକ୍ତ ତହସିଲଦାର ଡ. ଲଳିତ ବାଗ, ୬ ପ୍ଲାଟୁନ ଫୋର୍ସ ମୃତୟନ ରହିଥିଲେ। କିଛି ସମୟ ପର୍ଯ୍ୟନ୍ତ ପୁଲିସ ଓ ଆନ୍ଦୋଳନ କାରୀ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇ ଥିବା ବେଳେ କିଛି ସମୟ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ମଧ୍ୟ ଦେଇଛନ୍ତି ହେଲେ ସୋଲାର ପ୍ଲାଣ୍ଟକୁ ନେଇ ବାରମ୍ବାର ରାଜନୀତି କରାଯାଉଛି ବୋଲି ଅନେକ ଲୋକ ଚର୍ଚ୍ଚା ମଧ୍ୟ କରୁଛନ୍ତି। ଏହି ଆନ୍ଦୋଳନ ଆଜି ହେଉଥିବା ବେଳେ ସ୍ଥାନୀୟ ତେଣ୍ଡଲିପାଲି ଗାଁର ଲୋକେ ଭୟଭୀତ ଅବସ୍ଥାରେ ଗାଁ ଛାଡି ଅନ୍ୟ ଗ୍ରାମ କିମ୍ବା ନିଜର ସମ୍ପର୍କୀୟ ଲୋକଙ୍କ ଘରେ ଆଶ୍ରୟ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି।