ଆହତ ମାଙ୍କଡ଼କୁ ଉଦ୍ଧାର କରି ଚିକିତ୍ସା କଲା ବନ ବିଭାଗ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଆହତ ଅବସ୍ଥାରେ ଼ପଡ଼ି ରହିଥିବା ଏକ ମାଙ୍କଡ଼କୁ ସଇଁନ୍ତଲା ବନ ବିଭାଗ ଚିକିତ୍ସା କରିଛି । ଖବର ପାଇ ରେଞ୍ଜର ଆଶୁତୋଷ ମହାକୁଡ଼ଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ଆହତ ମାଙ୍କଡ଼କୁ ଉଦ୍ଧାର କରି ସଇଁନ୍ତଲା ପଶୁ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା । ଚିକିତ୍ସା କରିବା ପରେ ମାଙ୍କଡକୁ ପୁଣିଥରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ଏହି ସମୟରେ ସଇଁନ୍ତଲା ଫରେଷ୍ଟର ସତ୍ୟନନ୍ଦ ପ୍ରଧାନ, ବେଣୁଧର ପ୍ରଧାନ, ସୁରେଶ ବଗର୍ତ୍ତି, ପିଣ୍ଟୁ ଲେଥି ଓ ଲମ୍ବଦର ପୌଢ଼ ପ୍ରମୁଖ ଉପସ୍ଥିତ ଥିଲେ ।