ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବନ୍ଧୋନମାଲ ଗ୍ରାମରେ ବନ କମର୍ଚାରୀଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଗ୍ରାମବାସୀମାନେ ଅଟକ ରଖିଥିବା ଜଣାପଡ଼ିିଛି । ମିଳିଥିବା ରିପୋର୍ଟ ମୁତାବକ, ଲରମ୍ଭା ସର୍କଲର ବନ୍ଧୋନମାଲ ଓ ଖୁଲାଗଡ଼ ଗ୍ରାମରେ ବନ ବିଭାଗ ତରଫରୁ ମାହାତ୍ମା ଗାନ୍ଧୀ କର୍ମ ନିଶ୍ଚିତ ଯୋଜନାରେ କାମ ହୋଇଥିଲା। ହେଲେ ଉକ୍ତ କାମରେ ନିଯୁକ୍ତ ଥିବା ଶ୍ରମିକମାନେ ତାଙ୍କ ପାରିଶ୍ରମିକ ଟଙ୍କା ପାଇନଥିଲେ । ଏନେଇ ସେମାନେ ବାରମ୍ବାର ଦାୟିତ୍ୱରେ ଥିବା ବନ କର୍ମଚାରୀଙ୍କୁ ପାଉଣା ପାଇ ଅଭିଯୋଗ କରିଥିଲେ ହେଁ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିଲା । କାମ କରିବା ସମୟ ୮ ମାସରୁ ଅଧିକ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ମିଳିନି । ପାଟଣାଗଡ଼ ରେଞ୍ଜ ଅଧିକାରୀ ଓ ୪ଜଣ ବନ କର୍ମଚାରୀ କୌଣସି କାମରେ ଉକ୍ତ ଗ୍ରାମକୁ ଯାଇଥିବାବେଳେ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯାଇଛି । ପାରିଶ୍ରମିକ ଦାବିରେ ଅଡ଼ି ବସିଥିବାରୁ କୌଣସି ପ୍ରକାର ସମାଧାନ ହୋଇପାରିନଥିବା ଜଣାପଡ଼ିଛି ।