ସାମ୍ନାରେ ‘ମୋଦୀ-ମୋଦୀ’ ନାରାର ଏମିତି ଜବାବ ଦେଲେ କେଜ୍ରିୱାଲ

ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ବଡୋଦରା ଗସ୍ତ କରିଛନ୍ତି । ଆଜି କେଜ୍ରିୱାଲ ଏୟାରପୋର୍ଟରୁ ବାହାରିବା ସମୟରେ କିଛି ବିଜେପି ସମର୍ଥକ ‘ମୋଦୀ ମୋଦୀ’ ନାରା ଦେଇଥିଲେ । ଏହାର ଜବାବରେ ଆପ୍ କର୍ମକର୍ତ୍ତା ‘କେଜ୍ରିୱାଲ କେଜ୍ରିୱାଲ’ ନାରା ଦେଇଥିଲେ । ଆଉ ଏହି ସମୟରେ କେଜ୍ରିୱାଲ ହାତ ଯୋଡ଼ି ସ୍ମିତହାସ ଦେଇ ସେଠାରୁ ଚାଲି ଯାଇଥିଲେ ।

ସୂଚନାଯୋଗ୍ୟ, ବିଜେପି ଶାସିତ ଗୁଜରାଟରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଆପ ନେତା ଲଗାତାର ଭାବେ ଗୁଜରାଟ ଗସ୍ତ କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଗୁଜରାଟବାସୀଙ୍କୁ ଗାମଣା ବିଜୁଳି, ରୋଜଗାର ଓ ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।