ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଘାଟଗୁଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ତହସିଲଦାର ଯୋଗେଶ୍ୱର ଭୋଇ, ଏଡିପିଓ ଆଦିତ୍ୟ ସେନ, ଆଇନଜୀବୀ ରାଜକିଶୋର ନାଗ ଓ ମୀନାକ୍ଷୀ ପାଢ଼ୀ, ସାମାଜିକ କର୍ମୀ ମନୋରମା ମାଝୀ, ଚାଇଲ୍ଡ ଲାଇନ ସଦସ୍ୟ ରବିନ୍ଦ୍ର ପ୍ରଧାନ, ସରପଞ୍ଚ ପୂର୍ଣିମା ଭତରା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଓ ପାରା ଲିଗାଲ ସଦସ୍ୟ ରାଜ କିଶୋର ରାଓ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅଧିକାରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଜନହିତକାରୀ ଯୋଜନାକୁ ନେଇ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସଦସ୍ୟ ରାଜ କିଶୋର ନାଗ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।