କଳାହାଣ୍ଡି ୟୁନିଭରସିଟି ପକ୍ଷରୁ ଆର୍ତ୍ତତ୍ରାଣ ମିଶ୍ର ସମ୍ମାନୀତ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ପ୍ରତିଷ୍ଠା ଦିବସ ବିଶ୍ଵବିଦ୍ୟାଳୟର ଯୁବ ଶଙ୍କର ହଲରେ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଟି.ଭି କଟ୍ଟିମଣି, ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଆଦିବାସୀ ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ. ବିଜୟ କୁମାର ସାହୁ, ବରିଷ୍ଠ ଆଞ୍ଚଳିକ ପରିଚାଳକ ତଥା ମୁଖ୍ୟ, ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ ତଥା ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଫେସର ମଞ୍ଚାସୀନ ଥିଲେ।

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ସ୍ଵାଗତ ଏବଂ ପରିଚୟ ପ୍ରଦାନ କରିଥିଲେ ଡ. ନିବେଦିତା ନାଥ ଏବଂ କୁଳପତିଙ୍କ ଦ୍ଵାରା ମୁଖ୍ୟ ଅତିଥି ଓ ସମ୍ମାନୀୟ ଅଥିତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହାପରେ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ୍‌, ଶ୍ରେଷ୍ଠ ଛାତ୍ର କଳା, ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍‌ରେ ଟପ୍ପର, ପିଜି ଜାରି ରଖିଥିବା ବେଳେ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆୱାର୍ଡ଼ ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥିରେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ବଡଡୁଙ୍ଗୁରିଗୁଡ଼ା ଗ୍ରାମର ସୁବାସ ମିଶ୍ର ଓ ମଞ୍ଜୁଲତା ମିଶ୍ରଙ୍କ ସୁପୁତ୍ର ଆର୍ତ୍ତତ୍ରାଣ ମିଶ୍ର ଯିଏକି ଜଗନ୍ନାଥ ଡିଗ୍ରୀ କଲେଜ ରିଶିଡାର +୩ ପ୍ରଥମ ବର୍ଷ ଛାତ୍ର ଭାବେ ଅଧ୍ୟୟନରତ ତାଙ୍କୁ ଏହି କଳାହାଣ୍ଡି ୟୁନିଭରସିଟିର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ପ୍ରଥମ ମେଡାଲିଷ୍ଟ ଭାବେ ଆୱାର୍ଡ଼ ଦିଆଯାଇଛି। ସେ ପରିଚାଳିତ ହୋଇଥିବା ଇଣ୍ଟର ୟୁନିଭରସିଟି ଚମ୍ପିୟାନସିପ୍‌ରେ ନିଜ ୟୁନିଭରସିଟି ପାଇଁ ବ୍ରୋଞ୍ଚ ପଦକ ଓ ଓପନ ନଟ୍ ଚମ୍ପିୟାନସିପ୍‌ରେ ମଧ୍ୟ ନିଜ ବ୍ଲକ୍ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ। ଯାହା କର୍ଲମୁଣ୍ଡା ବ୍ଲକର ପ୍ରଥମ ଖେଳାଳୀ ଭାବେ ସେ ଗୌରବ ଅର୍ଜନ କରିଥିବା ଜଣାପଡ଼ିଛି।