ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ହରିଶଙ୍କର ବନ ବିଭାଗ ବାନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡ଼େନ ଦମେଇପାଳି ରାସ୍ତାର ବଡ଼ଉଡେନ ଗାଁ ନିକଟରେ ବନ ବିଭାଗ ଚଢ଼ଉ କରି ସନ୍ଧ୍ୟାରେ ଖଇର କାଠ ବୋଝେଇ ଏକ ମିନି ଟ୍ରକ ଜବତ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ହରିଶଙ୍କର ଏବଂ ପାଟଣାଗଡ଼ ବନ ବିଭାଗର ମିଳିତ ପେଟ୍ରୋଲିଂ ସମୟରେ ବଡ଼ଉଡ଼େନ ଗାଁ ନିକଟରେ ଏକ ଖଇର କାଠ ବୋଝେଇ ମିନି ଟ୍ରକ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ସେଠାରୁ ଖଇର କାଠ ବୋଝେଇ ଟ୍ରକକୁ ଜବତ କରି ଖପ୍ରାଖୋଲ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଚଢ଼ଉ ସମୟରେ ହରିଶଙ୍କର ବନାଞ୍ଚଳ ଆଧିକାରୀ ଗିରିଧାରି ନାଗ, ପାଟଣାଗଡ଼ ବନାଞ୍ଚଳ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ହରିଶଙ୍କର ବନପାଳ ଅରବିନ୍ଦ ଧରୁଆ ଓ ଖପ୍ରାଖୋଲ ବନପାଳ ସୁଧୀର ଜେନା ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ । ଏନେଇ ହରିଶଙ୍କର ବନାଞ୍ଚଳ ଏକ ମାମାଲା ରୁଜୁ କରି ପାଖାପାଖି ୩ ଟନ ଖଇର କାଠ ସହ ମିନି ଟ୍ରକ ଜବତ କରିଥିବା ନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ସୂଚନା ଦେଇଛନ୍ତି ।