ଗୋଗରା-ହୋଟ ସ୍ପ୍ରିଙ୍ଗସରୁ ସୋମବାରଠୁ ସମ୍ପୂର୍ଣ୍ଣ ରୂପେ ହଟିବେ ଭାରତ ଓ ଚୀନ ସେନା

ନୂଆଦିଲ୍ଲୀ: ଲଦାଖର ଗୋଗରା-ହୋଟ ସ୍ପ୍ରିଙ୍ଗସରୁ ସୋମବାରଠୁ ଭାରତ ଓ ଚୀନ ସେନା ସମ୍ପୂର୍ଣ୍ଣ ରୂପେ ହଟିଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ପ୍ରଦାନ କରିଛନ୍ତି । ସମ୍ପୃକ୍ତ କ୍ଷେତ୍ରରେ ପ୍ରସ୍ତୁତ ହୋଇଥିବା ସମସ୍ତ ଅସ୍ଥାୟୀ ଢାଞ୍ଚା ଓ ଅନ୍ୟ ସମ୍ବନ୍ଧୀୟ ମୂଳ ଢାଞ୍ଚାକୁ ଭାଙ୍ଗାଯିବ ଏବଂ ପାରମ୍ପରିକ ରୂପେ ଶେଷ କରାଯିବା ସର୍ତ୍ତରେ ଉଭୟ ପକ୍ଷ ସହମତ ହୋଇଥିବା ନେଇ ଏକ ବୟାନରେ କୁହାଯାଇଛି ।

ସୂଚନାଯୋଗ୍ୟ, ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୨୦ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଅନ୍ୟପଟେ ଚୀନର ୪୦ଜଣ ସୈନିକ ପ୍ରାଣ ହରାଇଥିଲେ ।