ସଇଁନ୍ତଲାରେ ଡାନ୍ସ ଧମାକା, ସନ୍ତୀସିନୀଙ୍କ ନୃତ୍ୟରେ ମୋହିଲି ଦର୍ଶକ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ସ୍ଥାନୀୟ ରମେଶ ଛକ ଠାରେ ଗଣେଶ ପୂଜା କମିଟି ପକ୍ଷରୁ ଡ୍ୟାନ୍ସ ଧମାକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶେଷଦେବ ଯାନୀ, ବ୍ଲକ୍‌ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ମଦନ ଅଗ୍ରୱାଲ, ଆଇନଜୀବୀ ସୁବୋଧ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଇଚାରା ପର୍ବ ନୂଆଁଖାଇ ତେଣୁ ସମସ୍ତେ ପରସ୍ପର ମଧ୍ୟରେ ନିବିଡ ସମ୍ପର୍କ ରହିବା ଆବଶ୍ୟକ ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ। ଆଶା ଯାନୀ ଓ ରାଜେନ୍ଦ୍ର ଖମାରି ମଞ୍ଚ ପରିଚାଳନା କରିଥିଲେ।

ଡ୍ୟାନ୍ସ ପ୍ରତିଯୋଗିତାରେ ପାଟଣାଗଡର ସନ୍ତୋସିନୀ ମେହେର ପ୍ରଥମ ସ୍ଥାନ, ବଲାଙ୍ଗିରର ଆବୁ ଆକାଶ ଦ୍ଵିତୀୟ ସ୍ଥାନ ଏବଂ ଟିଟିଲାଗଡ଼ ସନ୍ ସାଇନ୍ ଗ୍ରୁପ୍‌ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ପୂଜା କମିଟି ସଭାପତି ବିଭୂତି ଭୂଷଣ ଭୋଇ, ଉପ-ସଭାପତି ତିଳକ ଭୋଇ, ସମ୍ପାଦକ ରବି ରଞ୍ଜନ ସାହୁ, ସହ-ସମ୍ପାଦକ ରୁପେ ଲୋଚନ୍ କୁମାର ସିଂ ଭୋଇ, କୋଷାଧ୍ୟକ୍ଷ ମହେନ୍ଦ୍ର ଭୋଇ, ସହ-କୋଷାଧ୍ୟକ୍ଷ ରବୀନ୍ଦ୍ର ବହିଦାର, ରୋହିତ, ଆଲିଶ ଆଶିଷ, ନିଖିଲ, ଜିତ୍, ଆୟୁଷ ଓମ୍, ସଞ୍ଜୀବ, ଆଦିତ୍ୟ, ଭୀମ, ଡୋଲାମନି ପ୍ରମୁଖ ସହଯୋଗ କରିଥିଲେ।