ମ.ରାମପୁର,ଏନ୍ଏନ୍ଏସ୍: କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଜନ ସାଧାରଣଙ୍କ ହିତ ସକାସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ପାଇଁ ଖର୍ଚ୍ଚ କରୁଥିଲେ ମଧ୍ୟ କେତେକ ସ୍ଥାନରେ ଠିକ ଭାବରେ ସଫଳ ରୂପାୟନ ହୋଇପାରୁ ନାହିଁ। କିନ୍ତୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତରେ ସେହି ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ଭାବେ ସଫଳ ରୂପାୟନ ହେଉଥିବାରୁ ବୁଧବାର ଏକ କେନ୍ଦ୍ରୀୟ ଟିମ ବମକ ଗ୍ରାମ ପଞ୍ଚାୟତରେ ପହଞ୍ଚି ଗ୍ରାମୀଣ ଉଦ୍ୟାନ ପାର୍କ, ଅମୃତ ସରୋବର, ଦେଶୀ ପନିପରିବା ମଞ୍ଜି ସଂଗ୍ରହାଳୟ, ମୋଡେଲ ଟେଙ୍କ ଓ ପରେ ବାଂକେଲ ଗ୍ରାମର ଯୁବ ଚାଷୀ ବୈଷ୍ଣବ ସାହୁଙ୍କ ଦ୍ଵାରା ହେଉଥିବା ଡ୍ରାଗନ ଚାଷକୁ ପରିଦର୍ଶନ କରିବା ସହ ଏହି ଚାଷକୁ ଉଦ୍ୟାନ ବିଭାଗରୁ ସହାୟତା କରି ତାଙ୍କୁ ଡ୍ରାଗନ ଚାଷର ତାଲିମ ଶିକ୍ଷକ କରିବା ପାଇଁ କହିଥିଲେ।
ଏହି ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଗୁଡିକ ପରିଦର୍ଶନ କଲା ପରେ ବମକ ପଞ୍ଚାୟତକୁ ଜାତୀୟ ରୋଲ ମୋଡେଲ କରିବା ପାଇଁ ପ୍ରତିଶୃତି ଦେବା ସହ ଖୁସି ବ୍ୟକ୍ତ କରିଥିଲେ। ଉକ୍ତ ଟିମରେ ଜଳ ଶକ୍ତି ଅଭିଯାନ ଓ କେନ୍ଦ୍ର ପ୍ରଭାରୀ ସଞ୍ଜୀବ ମିଶ୍ର (ଆଇଏଏସ୍), ଟେକନିକାଲ ଅଫିସର ବୈଶାଳୀ ଗାଭେ, ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ କାନ୍ତ ଦଳେଇ, ମ.ରାମପୁର ବିଡିଓ ଉତ୍ତମ କୁମାର ବାଗ, ଏପିଡ଼ି (ଟେକନିକାଲ) ସୁରେନ୍ଦ୍ର ଦଣ୍ଡସେନା, ଏପିଡ଼ି (କ୍ରେଡ଼ିଟ) ବିମ୍ବାଧର ସାହୁ, ଏମସି ପାର୍ବତୀ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ଜିପିଓ କୁଳମଣି ସିଂ ରାୟ, ଏପିଓ ମୋନାଲିସା ସାମଲ, ସରପଞ୍ଚ ରୋମାଞ୍ଚ ସାହୁ, ବିପିଏମ ଦୀପ୍ତି କିଶୋର ନାୟକ, ସିଡିପିଓ କୁସୁମ ପ୍ରହରାଜ, ପିଇଓ ଶୁକ୍ରୁ ରଣା, ଜିଆର୍ଏସ୍ ଓ ଉକ୍ତ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ତଥା ଓ ଏଲ୍ଏମ୍ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।