ଆଜିଠୁ ବଦଳିଲା ଦିଲ୍ଲୀ ରାଜପଥର ନାମ

ନୂଆଦିଲ୍ଲୀ: ଦିଲ୍ଲୀ ରାଜପଥ ଏବେ ‘କର୍ତ୍ତବ୍ୟ ପଥ’ ନାମରେ ନାମିତ ହୋଇଛି । ଏନଡିଏମସି ନାମ ବଦଳାଇବା ପ୍ରସ୍ତାବକୁ ପାରିତ କରି ଦେଇଛନ୍ତି । ପୂର୍ବରୁ ରାଜପଥର ନାମ କିଙ୍ଗସୱେ ଥିଲା ।

ଏନଡିଏମସି ସଦସ୍ୟ ମିନାକ୍ଷୀ ଲେଖୀ କହିଛନ୍ତି ଯେ, ଏନଡିଏମସି ପରଷଦର ଏକ ବିଶେଷ ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ରାଜପଥର ନାମ ପରିବର୍ତ୍ତନ କରିବାର ପଦକ୍ଷେପ ମାତୃଭୂମି ପ୍ରତି ଆମ ଦାୟିତ୍ୱବୋଧତାକୁ ଦର୍ଶାଉଛି ।

ଏନଡିଏମସି ଉପାଧ୍ୟକ୍ଷ ସତୀଶ ଉପାଧ୍ୟୟ କହିଛନ୍ତି ଯେ, ଆବାସ ଏବଂ ସହରୀ ମାମଲାର ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରସ୍ତାବ ମିଳିଥିଲା । ଆଉ ଏବେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାଠୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ‘କର୍ତ୍ତବ୍ୟ ପଥ’ କୁହାଯାଇଛି ।