ଭୁବନେଶ୍ବର,ଏନ୍ଏନ୍ଏସ୍: ବର୍ତ୍ତମାନ ଦୃତ ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣ ବ୍ୟାପକତା ଦୃଷ୍ଟିରୁ ବିରଳ ଉଦ୍ଭିଦ ଜଗତରୁ ଆସ୍ତେଆସ୍ତେ ଲୋପ ପାଉଛନ୍ତି। ଏହି ଉଦ୍ଭିଦ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଭୁବନେଶ୍ବର ସ୍ଥିତ ସାମାଜିକ ଅନୁଷ୍ଠାନ ଦିବ୍ୟଦିଗନ୍ତ ତରଫରୁ ଜୟଦେବ ଭବନର ପ୍ରଦର୍ଶନୀ କକ୍ଷଠାରେ ଦିବା ସାଢେ ୧୦ଟାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଳ ତଥା ଲୁପ୍ତପ୍ରାୟ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ ତଥା ଦୈନନ୍ଦିନ ଜୀବନରେ ଏହାର ଉପଯୋଗିତାକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଦୀପ ନାୟକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉକ୍ତ ପ୍ରଜାତିର ବୃକ୍ଷର ଉପକାରିତାକୁ ନେଇ ପ୍ରଚାର ପ୍ରସାର କରିବା ସହିତ ଏହାର ଚାଷକୁ ଅଧିକ ବ୍ୟାପକ ପ୍ରଣାଳୀରେ କରିବା ଉପରେ ସରକାରଙ୍କ ପ୍ରୋତ୍ସାହନ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।