ନୂଆଦିଲ୍ଲୀ: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସେପ୍ଟେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତ ଯାତ୍ରା କରିବେ। ଏହି ଅବସରରେ ହସିନାଙ୍କର ଆଜମେର ଯିବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ସୁବ୍ରତ ବାଗଚୀ ସୂଚନା ପ୍ରଦାନ କରିଛନ୍ତି ।
ନିକଟ ଅତୀତରେ ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ସମ୍ବନ୍ଧ ବଢ଼ିଛି । ଶେଖ ହସିନାଙ୍କ ଆଗାମୀ ଯାତ୍ରା ଉଭୟ ଦେଶ ମଧ୍ୟରେ ଥିବା ସମ୍ବନ୍ଧକୁ ଆହୁରି ମଜଭୁତ କରିବ ବୋଲି ବାଗଚୀ କହିଛନ୍ତି ।
ସୁବ୍ରତ ବାଗଚୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହସିନା ନିଜ ଗସ୍ତ ସମୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିବେ । ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ଯାହାକି ସମ୍ମାନ ଏବଂ ଭାବନା ସହ ଆଗକୁ ବଢ଼ୁଛି ।