ସପରିବାର ସହ ନୂଆଁ ଖାଇଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର କ୍ଲବ ପଡ଼ାସ୍ଥିତ ନିଜ ବାସଭବନରେ ବିଧାୟକ ନରସିଂହ ମିଶ୍ର ନବାହ୍ନ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗିର ତଥା ରାଜ୍ୟବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇବା ସହ ଏବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି କହିଛନ୍ତି । ସହର ତଥା ଆଖପାଖ ବିଭିନ୍ନ ଅଞ୍ଚଳର ଲୋକେ ବିଧାୟକଙ୍କ ଘରକୁ ଆସି ତାଙ୍କୁ ନୂଆଁଖାଇ ଭେଟଘାଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ନରସିଂହ ମିଶ୍ର ଆହୁରି କହିଛନ୍ତି ଯେ, ନୂଆଁଖାଇ ହେଉଛି ଏକତା, ଆଦର ଓ କୃତଜ୍ଞତାର ପର୍ବ । ଚାଷୀ ପ୍ରକୃତିର ଅବଦାନ ପ୍ରତି କୃତଜ୍ଞତା ଜ୍ଞାପନ କରି ସପରିବାର ସହ ଧୁମଧାମରେ ଏହି ପର୍ବ ପାଳନ କରେ । ଏବର୍ଷ ଚାଷୀକୁଳ ତା’ର ବର୍ଷ ତମାମ ପରିଶ୍ରମର ସୁଫଳ ପାଉ । ଚାଷୀଙ୍କୁ ଉଚିତ ସମୟରେ ଅବଶ୍ୟକୀୟ ସାର, ବିହନ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି ।