ବିଜେପି ପାଳିବ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: ସେପ୍ଟେମ୍ବର ୧୭ରୁ ଅକ୍ଟୋବର୨ ପାଳିବ ସେବା ପଖଓ୍ବାରା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେପି ପକ୍ଷରୁ ଏହି ଦିବସକୁ ଧୁମଧାମରେ ପାଳନ କରାଯିବ। ଏନେଇ ବିଜେପି ପକ୍ଷରୁ ୧୬ ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ସେବା ପଖଓ୍ବାରା ସାରା ରାଜ୍ୟରେ ପାଳନ କରାଯିବ।

ଏନେଇ ବିଜେପି ସଭାପତି ଜେପି ନଡ୍ଡା ସବୁ ରାଜ୍ୟର ବିଜେପି କର୍ମୀ ଓ ନେତାମାନଙ୍କୁ ସେବା ପଖଓ୍ବାରା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଜେପିର ସାଧାରଣ ସଚିବ ଅରୁଣ ସିଂହ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ସବୁ ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କୁ ଚିଠି କରିଛନ୍ତି।

ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଜାତୀର ପିତା ମହାତ୍ବା ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ।