ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁରର ଲାଖଶିଳ୍ପି ପ୍ରଭାତୀ ପାତ୍ରଙ୍କୁ ଗୌରବଶ୍ରୀ ସମ୍ମାନରେ ସମ୍ମାନିତ କରଯାଇଛି। କୋରାପୁଟ ଜିଲ୍ଲା ଜୟପୁର ପୂଜ୍ୟପୁଜା ସଂସଦର ରୌପ୍ୟ ଜୟନ୍ତୀ ସମ୍ମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ. ଶରତ କୁମାର ପଳିତା ଯୋଗଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟ ଗବେଷକ ଡ. ଶାନ୍ତନୁ କୁମାର ରଥ, ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଉଦୟ ଶଙ୍କର ଜାନୀ ଅଂଶ ଗ୍ରହଣ କରିଥିଲେ।
ଜୟପୁର ପୂଜ୍ୟପୁଜା ସଂସଦ ସଭାପତି କେଦାର ନାଥ ବେହେରାଙ୍କ ସଭାପତିତ୍ବରେ ଗାଳ୍ପିକ ଉଦୟ ଶଙ୍କର ଜାନୀ, ସମ୍ପାଦକ ତପନକୀରଣ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁରର ଲାଖ ହସ୍ତଶିଳ୍ପୀ ସୁଶ୍ରୀ ପ୍ରଭାତୀ ପାତ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଗୌରବଶ୍ରୀ ସମ୍ମାନ୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି।