ବ୍ୟବସାୟରେ ପିଲାଙ୍କ ଭୂମିକାକୁ ସ୍ପଷ୍ଟ କଲେ ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ୪୫ତମ ଆନୁଆଲ ଜେନେରାଲ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ତାଙ୍କ ଉତ୍ତରାଧିକାରୀକୁ ନେଇ ଜାରି ରହିଥିବା ଭ୍ରମକୁ ସ୍ପଷ୍ଟ କରିଛନ୍ତି ।

ମୁକେଶ ଅମ୍ବାନୀ ତାଙ୍କ ଝିଅ ଇଶା ଅମ୍ବାନୀକୁ ନିଜ ସମୂହର ରିଟେଲ ବ୍ୟବସାୟର ମୁଖ୍ୟ ରୂପେ ଉପସ୍ଥାପନ କରିଛନ୍ତି । ସେହିପରି ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଟେଲିକମ୍ ୟୁନିଟ ରିଲାୟନ୍ସ ଜିଓର ଦାୟିତ୍ୱ ହସ୍ତାନ୍ତର କରିଥିବାବେଳେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଶକ୍ତି ଉଦ୍ୟୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀ ଉତ୍ତରାଧିକାରୀ ନାମ ଘୋଷଣା କରିବା ସହ ଏବେ ଅବସର ନେଉ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେ ପୂର୍ବଭଳି ନେତୃତ୍ୱ ଜାରି ରଖିବେ ବୋଲି କହିଛନ୍ତି ।