କଟକ,ଏନ୍ଏନ୍ଏସ୍: ୨୦୧୯ ଠାରୁ ସାଂସଦ ରୂପରେ ନିର୍ବାଚିତ ହେବାପରେ ଜାତୀୟ ରାଜପଥ ପାଇଁ ବାରମ୍ବାର ସଂସଦରେ ପ୍ରଶ୍ନ କରିବା ଏବଂ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହିତ ଏନ୍ଏଚ୍-୫୫ରେ ଆନ୍ଦୋଳନ କରିବାରେ ମହେଶ ସାହୁ ହେଲେ ପ୍ରଥମ ସାଂସଦ। ଏବଂ ଏହି ଆନ୍ଦୋଳନ ଆଜି ଫଳପ୍ରଦ ହୋଇଛି। ଗାୟତ୍ରୀ କନଷ୍ଟ୍ରକ୍ସନ୍ ଏହି କାମରୁ ଓହରିଥିବା ବେଳେ ନୂତନ ଟେଣ୍ଡରର ପ୍ରସ୍ତାବ ପାଇଁ ଅନୁମତି ଦିଆଯାଇଛି।
୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ନିମନ୍ତେ ଗାୟତ୍ରୀ କନଷ୍ଟ୍ରକ୍ସନକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଉକ୍ତ ଠିକାଦାର ସଂସ୍ଥା ପ୍ରାୟ ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସମୟ ଅତିବାହିତ କରିଥିଲେ ମଧ୍ୟ କାମ ଶେଷ ହୋଇନଥିଲା। ଏଥିସହିତ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିଲା। ଏ ବିଷୟରେ ବାରମ୍ବାର ଆନ୍ଦୋଳନ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ।