କଟକ,ଏନ୍ଏନ୍ଏସ୍: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଏ ସମ୍ପର୍କରେ ନିଷ୍ପତ୍ତି ପୁଲିସ ପ୍ରଶାସନ ଉପରେ ଛାଡ଼ିଦେଲେ ହାଇକୋର୍ଟ। ଏଠାରେ ସୂଚନାଯୋଗ୍ୟ ଯେ, କଟକରେ ବିକୃତ ଗଣେଶ ମୂର୍ତ୍ତି ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା। ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଉପରେ ରୋକ୍ ଲଗାଇଥିଲା ପୁଲିସ। ପୁଲିସ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରୀଗର ହାଇକୋର୍ଟ ଯାଇଥିଲେ। କିନ୍ତୁ ହାଇକୋର୍ଟ ଏ ସମ୍ପର୍କରେ ନିଷ୍ପତ୍ତି ପୁଲିସ ପ୍ରଶାସନ ଉପରେ ଛାଡ଼ିଦେଲେ।