ପାଟଣାଗଡ,ଏନ୍ଏନ୍ଏସ୍: ଆଜି ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଭିତରରେ ଥିବା କଲ୍ୟାଣ ମଣ୍ଡପରେ ସହରର ବିଭିନ୍ନ ୧, ୨ ଓ ୩ ନମ୍ବର ୱାର୍ଡର କର୍ମୀ ମାନଙ୍କ ସହ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ଶୁଣିଥିଲେ। ସେହିପରି ୱାର୍ଡ ୪ ଓ ୫ରେ ମଧ୍ୟ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ଯୋଗଦେଇ ଜନସାଧାରଣଙ୍କ ସହ ‘ମନ କି ବାତ’ ଶୁଣିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମାଞ୍ଚଳରେ ହେଉଥିବା ଗଣପର୍ବ ନୂଆଖାଇ ଉପରେ ଦେଇଥିବା ବାର୍ତ୍ତା ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ସନ୍ତୋଷ ମେହେର, ଆନୁଦେବ, ସୁରୁ ସିଂ ନିନା, ଶୁଶାନ୍ତ ପାତ୍ର, ଶୈଳବାଳା ବାଗ, ଅଜିତ ଭାଟି, ତପି ମେହେର, ଭରତ ରଣା, ରୁଦ୍ର ସିଂ ବାବୁ, ମୁନା ଦରୁଆନ, ବୁଡୁ ଶବର, ଭୀମ ଛତର, ଶଙ୍କର ବାରିକ, ଭିକାରୀ ରାହା, ବାପି ପାତ୍ର, ରାଜେନ୍ଦ୍ର ରାଓଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ।