ଡେଙ୍ଗ ସ୍କୁଲ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିଅର ରେଡକ୍ରସ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା ଓ ମୁଖ୍ୟବକ୍ତା ଭାବରେ କେରମେଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ସରୋଜ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କ୍ଲବ୍‌ କଲୋନିର ସିଆରସି ଚିନ୍ତାମଣି ସାହୁ ଯୋଗଦେଇଥିଲେ। ପ୍ଲାଷ୍ଟିକ ପରିବେଶ ଉପରେ କୁପ୍ରଭାବ ପକାଉଛି।

ପଶୁପକ୍ଷୀ ତଥା ପ୍ରାଣୀମାନଙ୍କର ଜୈବ ବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ତଥା ଜୀବନଚର୍ଯ୍ୟା ଉପରେ ପ୍ରଭାବ ପକାଉଛି। ସିଙ୍ଗଲ ୟୁଜ୍ ଅଫ୍ ପ୍ଲାଷ୍ଟିକ ଆମେ ସମସ୍ତେ ବନ୍ଦ କରିବା ଉଚିତ ବୋଲି ମୁଖ୍ୟ ବକ୍ତା ସରୋଜ ମିଶ୍ର ମତ ପ୍ରକାଶ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଦ୍ୱାରା ସିଙ୍ଗିଲ ୟୁଜ୍ ଅଫ୍ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା ପାଇଁ ତଥା ନିଜ ପରିବାରର ଅନ୍ୟମାନଙ୍କୁ ବ୍ୟବହାର ନକରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା।

ସୁପ୍ରିୟା ରଣା, ମୀରା ପଧାନ, ସୁନିଲ ରଣା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥି ଠାରୁ ସମ୍ମାନିତ ହୋଇଥିଲେ। ବିଦ୍ୟାଳୟ ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ କାଉନସିଲର ରାମ ନାରାୟଣ ଦାଶଙ୍କ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରେଣୁକା ସାହୁ, ଗାୟତ୍ରି ବାରିକ, ଦ୍ରୌପଦୀ ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ସମୀର ସେଠୀ, ଦିପକସେନ ଧରୁଆ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ରୀ ମାମୁନି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।