ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁ ପାଇଁ ଦିନେଶ କୁମାର ମାଝୀ ଗୌରବ ଆଣିଛନ୍ତି । ଦିନଶେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୬୨ତମ ରାଜ୍ୟ ସନ୍ତରଣ କାର୍ଯ୍ୟକ୍ରମରେ ଚାମ୍ପିୟାନ ହେବାସହ ୨ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦିନେଶଙ୍କ ସଫଳତା ପାଇଁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଘୁନସର ସମିତି ସଭ୍ୟ ବାଞ୍ଛାନିଧି ବୁଡ଼େକ, ଘୁନସର ସରପଞ୍ଚ ଅନୁରାଧା ସେଠ ଓ ସାମ୍ବାଦିକ ଦେବେନ୍ଦ୍ର ଯୋଶୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।