ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ନିକଟରେ ଥିବା ଗଙ୍ଗାସଗାରଠାରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇବାରୁ ଗୋଟିଏ ଗୋରୁ ଆହତ ହୋଇଥିବାବେଳେ ଅନ୍ୟ ୨ଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଡ୍ରାଇଭର ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ପାଟଣାଗଡ଼ ପୁଲିସ ଏଏସଆଇ ସୁଦର୍ଶନ ଦୋରା ପହଞ୍ଚି ଜେସିବି ସାହାଯ୍ୟରେ ପିକପଅ ଭ୍ୟାନକୁ ରାସ୍ତା ଉପରୁ ହଟାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ଅଞ୍ଚଳରୁ ବେଆଇନ ଭାବେ ଗୋଚାଲାଣ ହେଉଥିବାବେଳେ ପୁଲିସ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି ।