ସିସୋଦିୟାଙ୍କ ବିରୋଧରେ ଇଡି ଦାୟର କଲା ମନି ଲଣ୍ଡ୍ରିଂ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ମାମଲା ଦାୟର କରିଛି । ଅବକାରୀ ନୀତି ୨୦୨୧-୨୨ ମାମଲାରେ କଥିତ ଭ୍ରଷ୍ଟାଚାରକୁ ନେଇ ପ୍ରଥମେ ମନିଷ ସିସୋଦିୟାଙ୍କ ସମେତ ୧୫ଜଣଙ୍କ ବିରୋଧରେ ସିବିଆଇ ଏଫଆଇଆର ଦାୟର କରିଥିଲା । ଉକ୍ତ ମାମଲାରେ ସିସୋଦିୟାଙ୍କ ଦିଲ୍ଲୀସ୍ଥିତ ଆବାସ ବ୍ୟତୀତ ୩୧ଟି ଜାଗାରେ ସିବିଆଇ ରେଡ୍ ମଧ୍ୟ ମାରିଥିଲା ।