ବେଙ୍ଗାଳୁରୁ,ଏଜେନ୍ସି: ଦେଶର ୮ଟି ସହରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଦେଶର ୨୭ଟି ସହରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଙ୍ଗାଲୁରୁ ସାଉଥରେ ଥିବା କେନ୍ଦ୍ରୀୟ ପାଠାଗାର ପରିସରରେ ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ଦିବସ ଓ ଅଜାଦି କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।
