କାଲିଠାରୁ ନୟାଗଡ଼-ଭୁବନେଶ୍ୱରକୁ ଏକ୍ସପ୍ରେସ ଚଳାଚଳ ସ୍ୱଭାବିକ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ମଙ୍ଗଳବାର ଠାରୁ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ କରିବ। ଏହାକୁ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧) ଖୋର୍ଦ୍ଧା ରୋଡ଼ରୁ ସକାଳ ୮ଟା ୨୦ରେ ଛାଡ଼ିବ। ସେହିପରି ନୟାଗଡ଼ ଟାଉନ ଠାରେ ୯ଟା ୪୫ରେ ପହଞ୍ଚିବ। ଫେରିବା ବାଟରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର( ୫୮୪୩୨) ନୟାଗଡ଼ ଟାଉନରୁ ପୂର୍ବାହ୍ନ ୧୦ଟାରେ ଛାଡ଼ିବ ଓ ଖୋର୍ଦ୍ଧା ରୋଡ଼ ଠାରେ ୧୧ଟା ୪୫ରେ ପହଞ୍ଚିବ।

ସେହିପରି ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡ଼ ଠାରୁ ସନ୍ଧ୍ୟା ୮ଟା ୧୫ରେ ଛାଡ଼ିବ ଓ ରାତି ୯ଟା ୪୦ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ। ସେହିପରି ଫେରିବା ପଥରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର(୫୮୪୩୨) ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବାନହିିଁ। ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସକାଳ ୫ଟାରେ ନୟାଗଡ଼ ଟାଉନ୍‌ରୁ ଛାଡ଼ି ୬ଟା ୪୫ରେ ଖୋର୍ଦ୍ଧା ରୋଡ଼ଠାରେ ପହଞ୍ଚିବ।

ଅନ୍ୟପକ୍ଷରେ ୧୫ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ସେବା ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅରୁଣ ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ।