ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ସିନେମାର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଡାକ୍ତରଖାନାରେ ଅଧିକ ଗୁରୁତର ହୋଇଛି । ଫଳରେ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ସହିତ ଜଡ଼ିତ ଓ ତାଙ୍କର ବ୍ୟକ୍ତିଗତ ଜୀବନ ଓ ବୃତ୍ତିଭିତ୍ତିକ ଜୀବନ ସହିତ ସଂପୃକ୍ତ ଲୋକେ ମୁମ୍ବାଇର ଅନ୍ଧେରୀରେ ଥାଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଏମାନଙ୍କର ମଧ୍ୟରେ ଅଛନ୍ତି ହାସ୍ୟଭିନେତା ଏହସାନ କ୍ୟୁରେଶୀ, ଅଶୋକ ମିଶ୍ରା ଓ ତାଙ୍କର ବିଜନେଓ ମ୍ୟାନେଜର ରାଜେଶ ଶର୍ମା । ରାଜେଶ ଶର୍ମା ଏମ୍ସରେ ରାଜୁଙ୍କୁ ଭର୍ତ୍ତି କରିବାର ସମୟରେ ୬ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲେ । ସେ ପୁଣି ଦିଲ୍ଲୀ ଆସିଛନ୍ତି ।
ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ତାଙ୍କୁ ଦିଲ୍ଲୀ ଏମ୍ସସ୍ଥିତ ଲାଇଫ ସପୋର୍ଟରେ ରଖାଯାଇଛି । କିନ୍ତୁ ତାଙ୍କ ପରିବାର ଲୋକଙ୍କ କହିବା ନଅୁସାରେ, ସେ ଜଣେ ଯୋଦ୍ଧା ଏବଂ ସୁସ୍ଥ ହୋଇ ଫେରିବେ । ମାତ୍ର ରାଜୁ ଶ୍ରୀବାସ୍ଥବ ଏବେବି ଭେଣ୍ଟିଲେଟରରେ ଅଛନ୍ତି । ବିଗତ ୮ ଦିନ ମଧ୍ୟରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧୁରିଥିବା ଦେଖିବାକୁ ମିଳି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ତାଙ୍କୁ ବଞ୍ଚାଇବାକୁ ହେଲେ ଭଗବାନଙ୍କ ଆଶୀର୍ବାଦ ଦରକାର ।
ସୂଚନାଯୋଗ୍ୟ, ୫୮ ବର୍ଷୀୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଟ୍ରେଡମିଲରେ ଦୌଡିବା ସମୟରେ ଗତ ୧୦ ତାରିଖ ଦିନ ହୃଦଘାତ ହୋଇଥିଲା । ଛାତିରେ ଅଚାନକ ଯନ୍ତ୍ରଣା ଆସିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।