ଶ୍ରୀଲଙ୍କାରୁ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତିଙ୍କୁ ଗ୍ରୀନକାର୍ଡର ଅପେକ୍ଷା, ପତ୍ନୀଙ୍କ ପାଖରେ ଆମେରିକୀୟ ନାଗରିକତା

ୱାଶିଂଟନ୍‌/କଲମ୍ବୋ,ଏଜେନ୍ସି: ଆର୍ଥିକ ସଂକଟ ମଧ୍ୟରେ ଦେଶ ଛାଡ଼ି ପଳାୟନ କରିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆମେରିକାରେ ସ୍ଥାୟୀ ବାସିନ୍ଦା ଭାବେ ରହିବାକୁ ଯୋଜନା କରୁଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜପକ୍ଷେ ନିଜର ପତ୍ନୀ ଓ ପୁଅଙ୍କ ସହିତ ଆମେରିକାରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଛନ୍ତି । ଏଥି ପାଇଁ ସେ ଆମେରିକୀୟ ଗ୍ରୀନ କାର୍ଡକୁ ଅପେକ୍ଷା କରିଛନ୍ତି ।

ଶ୍ରୀଲଙ୍କାର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକାରେ ରାଜପକ୍ଷେଙ୍କ ଓକିଲ ଗ୍ରୀନକାର୍ଡ ହାସଲ କରିବା ପାଇଁ ଆବେଦନ ପ୍ରକ୍ରିୟା ଗତ ମାସରୁ ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ମାଧ୍ୟମରେ କଲମ୍ବୋରେ ତାଙ୍କ ଓକିଲ ମଧ୍ୟ ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ କାମ କରୁଛନ୍ତି । ଅନ୍ୟପଟରେ ରାଜପକ୍ଷେଙ୍କ ପତ୍ନୀ ଲୋମା ରାଜପକ୍ଷେଙ୍କ ପାଖରେ ଆମେରିକୀୟ ନାଗରିକତା ପୂର୍ବରୁ ହିଁ ରହିଛି । ଏହି ହିସାବରେ ଗୋଟାବାୟା ଗ୍ରୀନ କାର୍ଡ ପାଇଁ ଆବେଦନ କରିବାକୁ ଯୋଗ୍ୟ ହୋଇପାରିବେ ।